ଦ୍ୱିତୀୟ ଦିନରେ କଂଗ୍ରେସ ପକ୍ଷରୁ ସ୍ୱାଧିନତାର ଗୌରବ ଯାତ୍ରା

ବୌଦ୍ଧ: ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଦିନ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇଥିବା ସ୍ୱାଧିନତାର ଗୌରବ ଯାତ୍ରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିବସରେ ଜିଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରୁ ଶୋଭାଯାତ୍ରା ବାହାରି ଟୁଟୁସିଙ୍ଗା, ଶ୍ୟାମସୁନ୍ଦରପୁର, ଡାଙ୍ଗପଡ଼ା, ତେତେଲେଙ୍ଗା, ଇଛାପୁର, ବଢ଼ିଗାଁ, ନକୁଆନାଳି, କୁଲିମୁଣ୍ଡା, ପନଖିମାଳ, ଏରେଡା, କନକପୁର ହୋଇ ବଘିଆପଡ଼ାଠାରେ ଶେଷ ହୋଇଥିଲା। ଏହି ଯାତ୍ରା ଜିଲାରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଦଳ ପକ୍ଷରୁ ସୁଚନା ଦିଆଯାଇଛି।

ଦ୍ୱିତୀୟ ବିବସର ଯାତ୍ରା ସମୟରେ ଜିଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର, ତାରେଣି ଜେନା, ଶାନ୍ତନୁ କୁମାର ମହାପାତ୍ର, ପଙ୍କଜ କୁମାର କର୍ଣ୍ଣ, ବାସୁଦେବ ପ୍ରଧାନ, ଗଣ୍ଡାଧର ସ୍ୱାଇଁ, ନାରାୟଣ ବେହେରା, ପୌଲସ୍ତୀ ପ୍ରଧାନ, ରୋହିତାଶ୍ୱ ବେହେରା, ନୀତିଶ ମେହେର, ଝରିଆ ସାହୁ, ସଞ୍ଜିବ ନାୟକ, ଜୟନ୍ତ ପାଣିଗ୍ରାହୀ, ଛବିରାମ ବେହେରା, ଗୌର ସାହୁ, ନିତେଶ ମେହେର, କନିଷ୍ଟ ରାଜହଂସ, ପ୍ରମୋଦ ପ୍ରଧାନ, ଏସିଆ ଜେନା, ବିନୋଦ ସ୍ୱାଇଁ, ବେଣୁଧର ମେହେରଙ୍କ ସମେତ ଶତାଧିକ କର୍ମା ସାମିଲ ଥିଲେ।

Comments are closed.