ବୌଦ୍ଧରେ ଗୋ-ସୁରକ୍ଷା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ବନ୍ୟା ଆଶ୍ରୟ ସ୍ଥଳୀରେ ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦଜ କମ୍ପାନୀ ଓ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ, ଗ୍ରାମ୍ୟ ବିକାଶ ପରିଷଦ, ଆମଠାପଡା ଆୟୋଜନରେ ଓ ଓଡିଶା ଗୋସେବା ସମିତି, ପୁରୀ ଓ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନ, ଓଡିଶା ମାର୍ଗଦର୍ଶନରେ ଗୋ-ସୁରକ୍ଷା ଓ ଗୋ ଆଧାରୀତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ମାହେଶ୍ୱରୀ ଗୋଶାଳା ଓ ଗ୍ରାମ୍ୟ ବିକାଶ ପରିଷଦର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଉ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ ଯୋଗଦେଇ ଗୋ ସୁରକ୍ଷା ଓ ଗୋ ଆଧାରିତ ଜୀବିକା ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନରଞ୍ଜନ ପଣ୍ଡା ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦଜ ଶଶାଙ୍କ ଶେଖର ମିଶ୍ର, କବିରାଜ ହୃଷିକେଷ ଖେତୀ ଯୋଗଦାନ କରିଥିଲେ। ମୁଖ୍ୟ ପ୍ରଶିକ୍ଷିକା ଭାବେ ସୁନ୍ଦରଗଡ଼ ଭୂମିଶ୍ରୀ କୃଷଜ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶିକା ତଥା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚଗବ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ତାଲିମ ପ୍ରଦାନ କରିଥିଲେ।

Comments are closed.