ମା’ ଭୈରବୀ ବସ ଚାଳକ ସଂଘ ପକ୍ଷରୁ ସହାୟତା ପ୍ରଦାନ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମା ଭୈରବୀ ବସ ଚାଳକ ସଂଘ ପକ୍ଷରୁ ବସ କଣ୍ଟକ୍ଟର ସ୍ବର୍ଗତ ରମେଶ ଚନ୍ଦ୍ର ଡାକୁଆଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ସ୍ବର୍ଗତ ଡାକୁଆଙ୍କ ଗତ ମାସରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ଘର ନୟାଗଡ଼ ଜିଲ୍ଲା ସରଧାପୁର ଗ୍ରାମରେ। ସଂଘ ପକ୍ଷରୁ ସଂପାଦକ ଦିଲ୍ଲୀପ କୁମାର ସାହୁ, ଉପ ସଭାପତି ସରୋଜ ନାୟକ, ସଦସ୍ୟ ରଞ୍ଜନ ମହାପାତ୍ର ତାଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ଓ ପୁଅ, ଝିଅକୁ ସମବେଦନା ଜଣାଇବା ସହିତ ବସ୍ତ୍ର ଏବଂ ପାଞ୍ଚ ହଜାର ଟଙ୍କା ଆର୍ଥିକ ରାଶି ସହାୟତା ପ୍ରଦାନ କରିଥିଲେ।

Comments are closed.