ବୌଦ୍ଧ ଜିଲ୍ଲାରେ ଦ୍ଵାଦଶ ଜାତୀୟ ମତଦାତା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ୧୨ ତମ ଜାତୀୟ ମତଦାତା ଦିବସ ସ୍ଥାନିୟ ଟାଉନହଲ ଠାରେ ପାଳନ କରାଯାଇଛି।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି। ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା , ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ସନତ କୁମାର ନାୟକ ଓ ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ ଉପସ୍ଥିତ ଥିଲେ।

ମତଦାତା ଦିବସ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା, ବୁଥ ସ୍ଥରୀୟ ଅଧିକାରି ଓ ସମସ୍ତ ଉପସ୍ଥିତ ଅତିଥିମାନଙ୍କୁ ଶପଥ ପାଠ କରାଯାଇଥିଲା।

Comments are closed.