୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ବୌଦ୍ଧ: ବୌଦ୍ଧଜିଲା ପାଲଝରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ୧୮ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ ମିଶ୍ର ଅଧ୍ୟକ୍ଷତା କରିବା ସହିତ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଡ. ଅମରେଶ ଖୁଣ୍ଟିଆ ଆଭାସି ମାଧ୍ୟମରେ ବୈଠକକୁ ପରିଚାଳନା କରିଥିଲେ। କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାସ କେନ୍ଦ୍ର ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ଉପସ୍ଥିତ ସଭ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ଏବଂ ବିଭିନ୍ନ ସଫଳ ପରୀକ୍ଷଣଗୁଡିକୁ ନିଜ ନିଜ ବିଭାଗ ଜରିଆରେ ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ।

ଭାରତ ସରକାରଙ୍କ ପ୍ରମୁଖ ପ୍ରତିଷ୍ଠାନ କେନ୍ଦ୍ରୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ଡ. ଗୋବିନ୍ଦ ଆଚାର୍ଯ୍ୟ ଆଭାସି ଜରିଆରେ ବୈଠକରେ ଯୋଡିହୋଇ ଉଦ୍ୟାନ କୃଷିର ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଯୋଗେନ୍ଦ୍ର ନାଥ ମହାପାତ୍ର, ଜିଲା ଜଳଛାୟା ମିଶନ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତି, ଜାତୀୟ ଉଦ୍ୟାନ ଗବେଷଣା କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ରଜନିଶ ମିଶ୍ର, ଜିଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ, ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ, ଜିଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ଦେବଦତ୍ତ ମିଶ୍ର, ସଂପାଦକ ନିୟନ୍ତ୍ରିତ ବଜାର କମିଟି ସଂଜୟ କୁମାର ପଟ୍ଟନାୟକ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳ ଡ. ନାରାୟଣ ବାର ଓ ବରିଷ୍ଠ ବୈଜ୍ଞାନିକ କୃଷିବିଜ୍ଞାନ କେନ୍ଦ୍ର ସୁବର୍ଣ୍ଣପୁର ଡ. ଜୀବନଜିତ ସେନ ପ୍ରମୁଖ ଯୋଗଦେବା ସହିତ ଆଭାସିରେ ରାଜ୍ୟର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ବୈଜ୍ଞାନିକାମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଅର୍ଦ୍ଧବାର୍ଷିକ ସମାଚାର ପତ୍ରିକା କୃଷିବାର୍ତ୍ତା, ବୀହନ ବିଶୋଧନ, ଧାନ ଫସଲରେ ଅନାବନା ଘାସ ଓ ଜଳ ପରିଚାଳନା, ଉନ୍ନତ ପ୍ରଣାଳୀରେ ହରଡ ଚାଷ ଓ ଚିନାବାଦାମ ଚାଷ ସମ୍ବନ୍ଧୀୟ ପୁସ୍ତକ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସସ୍ମିତା ପ୍ରିୟଦର୍ଶିନୀ, ମୟୁରୀ ସିଂ ସରଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହରପ୍ରିୟା ସେଠୀ, ବିକ୍ରମ କେଶରୀ ପରମାଣିକ, ସଦାକତ ଅଲ୍ଲୀ, ତ୍ରିନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.