ତାଳପଦରରେ ଗୁଣ୍ଡାଦିଆ ପର୍ଵ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପଞ୍ଚରା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀଙ୍କ ଚୁଡାଖାଇ ଯାତ୍ରା ମାର୍ଗଶିର ମାସର ଶେଷ ଗୁରୁବାର ଅନୁଷ୍ଠିତ ହେବ। ଏ ଅବସରରେ ମନୁପାଲି ପଞ୍ଚାୟତର ଋଷିବନ୍ଧ ଗ୍ରାମରେ ଥିବା ମା ମାହେଶ୍ୱରୀଙ୍କ ପୀଠରେ ଗୁଣ୍ଡାଦିଆ କାର୍ୟ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ମାହେଶ୍ୱରୀ ଠାରେ ପୂଜାର୍ଚନା କରିବା ପରେ ପାରମ୍ପରିକ ବାଦ୍ୟ ଢୋଲ ନିଶାନ ମୁହୁରୀ ବଜାଇ ପଞ୍ଚରା ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ତାଳପଦର ଗ୍ରାମର ସନ୍ତୋଷ ପ୍ରଧାନଙ୍କ ଘରେ ପହଞ୍ଚିବା ପରେ ପୂଜକ ବନମାଳୀ ଦେହୁରୀ ସେଠାରେ ସ୍ୱତନ୍ତ୍ର ପୂଜର୍ଚନା କରିଥିଲେ। ଏହାପରେ ସେଠାରୁ ଭୋଗ ନୈବେଦ୍ୟ ଓ ବେରିଆଁ ନେଇ ନିକଟରେ ଥିବା ଯାତ୍ରା ଡଙ୍ଗର ଅଭିମୁଖେ ଯାଇ ସେଠାରେ ଦେବୀଙ୍କୁ ଆବାହନ କରି ଗ୍ରାମକୁ ନିମନ୍ତ୍ରଣ କରିଥିଲେ।

Comments are closed.