‘ଉତ୍ସର୍ଗ’ ପକ୍ଷରୁ ଅସହାୟ ଓ ନିରାଶ୍ରୟଙ୍କୁ କମ୍ବଳ ବଂଟନ କରାଗଲା

ବୌଦ୍ଧ: ଜିଲାରେ ଶିତର ପ୍ରକୋପ ବୃଦ୍ଧି ପାଇବା ପରେ ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସହାୟ ଓ ନିରାଶ୍ରୟମାନଙ୍କୁ କମ୍ବଳ ବଂଟନ କରାଯାଇଛି। ଗତରାତ୍ରୀରେ ଜିଲା ମୁଖ୍ୟ ଡାକ୍ତରଖାନାର ରୋଗୀ, ରୋଗୀଙ୍କ ସଂପର୍କିୟମାନଙ୍କୁ, ବାପୁଜୀନଗର, ସହରର ବିଭିନ୍ନ ସ୍ଥାନରେ ଅସହାୟ ଓ ନିରାଶ୍ରୟ ଅବସ୍ଥାରେ ରହୁଥିବା ୧୦୦ ଲୋକଙ୍କୁ କମ୍ବଳ ବଂଟନ କରାଯାଇଛି। ଜିଲାର ବିଭିନ୍ନ ଅଂଚଳରେ ବହୁସଂଖ୍ୟାରେ ଅସହାୟ ଓ ନିରାଶ୍ରୟ ଅବସ୍ଥାରେ ରହୁଥିବା ଲୋକଙ୍କୁ ଦେବାପାଇଁ ଅଧିକ ସଂଖ୍ୟାରେ କମ୍ବଳର ଆବଶ୍ୟକତା ରହୁଥିବାରୁ କମ୍ବଳ ଓ ଆର୍ଥିକ ସହଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ୪ ବର୍ଷ ହେଲା ଅସହାୟ ଓ ନିରାଶ୍ରୟ ମାନଙ୍କୁ କ୍ରମାଗତ ଭାବେ ନୂତନ ଓ ପୁରାତନ ବସ୍ତ୍ର ବିତରଣ କରିବା ସହିତ ଶିତ ସମୟରେ କମ୍ବଳ ବଂଟନ କରାଯାଉଛି। ଏହା ସହିତ ୨ ବର୍ଷ ହେଲା ଅମୂଲ୍ୟ ଆହାର ଯୋଜନା ଆରମ୍ଭ କରାଯାଇ କରୋନା ପଜିଟିଭ ଏବଂ ଅନ୍ୟମାନଙ୍କୁ ଖାଦ୍ୟ ବିତରଣ କରାଯାଇଛି। ପ୍ରତି ରବିବାର ସଂନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କ ସଂପର୍କିୟ ଏବଂ ଅନ୍ୟ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଉଛି। ଅନୁଷ୍ଠାନର ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ନାରାୟଣ ଅଗ୍ରୱାଲ, ଦୀପକ କୁମାର ଅଦର, ମିଥୁନ କୁମାର ସାହୁ, ଦୀପକ ମହାରଣା ପ୍ରମୁଖ କମ୍ବଳ ବଂଟନ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.