ଯୁବକ ଯୂବତୀଙ୍କ ସୁରକ୍ଷା ପାଇଁ ସମ୍ମିଳନୀ

ବୌଦ୍ଧ: ବୌଦ୍ଧ ଜିଲା ବାଉଁଶୁଣୀ ଠାରେ ଥିବା ବେସରକାରୀ ଅନୁଷ୍ଠାନ ୱାଇସିଡିଏ ପରିସରରେ ଓଡିଶା କେୟାର ଲିଭର ସଂଗଠନର ଯୁବକ ଯୁବତୀଙ୍କ ସୁରକ୍ଷା ପାଇଁ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ଅଧକ୍ଷ୍ୟ ସାକ୍ଷୀଗୋପାଳ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ବଲାଙ୍ଗିର ଶିଶୁ ମଙ୍ଗଳ ସମିତିର ସଦସ୍ୟା ସୁନିତା ତ୍ରିପାଠି, ଡ.ଗୋଦାବରିଶ ରଥ, ବିରଂଚି ବହିଦାର ଓ ୱାଇସିଡିଏର ସଂପାଦକ ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ୮ ଗୋଟି ଜିଲାରୁ ୧୦୦ ଜଣ କେୟାର ଲିଭର (ସୁରକ୍ଷା ଆବଶ୍ୟକତା କରୁଥିବା ଯୁବକ ଯୂୁବତୀ) ଯୋଗ ଦେଇଥିଲେ।

ଏହି ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଯେଉଁ ଯୁବକଯୁବତୀମାନଙ୍କୁ ଗୋଟିଏ ପରିବେଶ ଯୋଗାଇବା ସହ ସେମାନେ ଆଗାମୀ ଦିନରେ ଯେପରି ନିଜର ଭବିଷ୍ୟତ ଗଢିପାରିବେ। ଶିଶୁଟିଏ ଶିଶୁ ଗୃହ ଅନୁଷ୍ଠାନ ଗୁଡିକରେ ୧୮ ବର୍ଷ ପର୍ଯ୍ୟନ୍ତ ରହିବା ପାଇଁ ଥିବାବେଳେ କିନ୍ତୁ ୧୮ ବର୍ଷ ପରେ ମଧ୍ୟ ସେ ଶିଶୁ ଗୃହ ଅନୁଷ୍ଠାନ ଛାଡିଲା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରେନାହିଁ। କିନ୍ତୁ ଏହି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଓଡିଶା କେୟାର ଲିଭର ସଂଗଠନ ପକ୍ଷରୁ ଏହି ସମ୍ମିଳନୀ ଆୟାଜନ ହୋଇଥିଲା। ଏହି ସମ୍ମିଳନୀରେ ସଂଗଠନର ସଭାପତି ଦାନିଏଲ ସାରିକା, ସଂପାଦକ ଜ୍ୟୋତି ପ୍ରକାଶ ମହାପାତ୍ର ଉପସ୍ଥିତ ଥିଲେ। ୱାଇସିଡିଏର ଅରୁଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରବିବାର ଦିନ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲୁ ରହିବ।

Comments are closed.