ବୈଦ୍ୟନାଥ ମହାନନ୍ଦିଆ ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧକ୍ଷ ମନୋନୀତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଅବସର ପ୍ରାପ୍ତ କୃଷି ଅଧିକାରୀ ବୈଦ୍ୟନାଥ ମହାନନ୍ଦିଆଙ୍କୁ ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳିତ ବିଭାଗର ଜିଲ୍ଲା ଅଧ୍ୟକ୍ଷ ଭାବରେ ପ୍ରଦେଶ କଂଗ୍ରେସ ଦଳିତ ବିଭାଗର ରାଜ୍ୟ ଅଧକ୍ଷ ବାଙ୍କନିଧି ବେହେରା ନିଯୁକ୍ତି ପ୍ରଦାନ କରିଛନ୍ତି। ଶ୍ରୀ ମହାନନ୍ଦିଆଙ୍କ ନିଯୁକ୍ତି ପରେ ଜିଲ୍ଲାରେ ଦଳିତ ସଂଗଠନ ଅଧିକ ଦୃଢ଼ୀଭୂତ ହେବା ସଂଗେ ସଂଗେ ଜିଲ୍ଲା କଂଗ୍ରେସ ଅଧିକ ସଂଗଠିତ ହେବ। ଶ୍ରୀ ମହାନନ୍ଦିଆଙ୍କ ନିଯୁକ୍ତିକୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ୱାଗତ କରାଯାଇଛି।

Comments are closed.