ଦୁର୍ଘଟଣାରେ ତୁରନ୍ତ ସେବା, ରକ୍ଷକ ତାଲିମ ଶିବିର ଆୟୋଜିତ

ବୌଦ୍ଧ: ଦୁର୍ଘଟଣାରେ ସଠିକ୍‍ ସମୟରେ ଚିକିତ୍ସା ପାଇନପାରି ଅନେକ ଲୋକ ମୃତ୍ୟୁର ଶୀକାର ହେଉଥିବାବେଳେ ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମ ପ୍ରତିକ୍ରିୟାଶୀଳ ବ୍ୟକ୍ତିିବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବୌଦ୍ଧଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ରଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦିଆଗଲେ ୫୦% ପ୍ରତିଶତ ମୃତ୍ୟୁ ହାର ହ୍ରାସ ହୋଇପାରିବାର ସମ୍ଭାବନା ରହିଥିବା ପ୍ରକାଶ କରାଯାଇଛି। ତେଣୁ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସାସେବା ପ୍ରଦାନ ପାଇଁ ସ୍ୱେଛାସେବୀମାନଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀପାତ୍ର ପ୍ରକାଶ କରିଥିଲେ।

ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ଉପସ୍ଥିତ ଫାଷ୍ଟ ରେସପଣ୍ଡରମାନଙ୍କୁ ତାଲିମ ପ୍ରଦାନ ନିହାତି ଆବଶ୍ୟକ ଅଟେ। ଏମାନଙ୍କ ଦକ୍ଷତା ବୃଦ୍ଧି ଓ ସହାୟତା ମନୋବୃତି ପ୍ରତି ଆକୃଷ୍ଟ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ ଭାବରେ ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତା ପାର୍ଶ୍ବରେ ଥିବା ଢାବା,ଗ୍ୟାରେଜ,ଚା ଓ ପାନ ଦୋକାନରେ କାର୍ଯ୍ୟରତ ଏବଂ ସେବା ମନୋବୃତି ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍କୁର ଶର୍ମା, ଦିଲ୍ଲିପ କୁମାର ପ୍ରଧାନ ସଂଯୋଜକ ନୂଆଦିଲ୍ଲୀ, ପର୍ଯ୍ୟବେକ୍ଷକ ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର, ଏମଭିଆଇ ପ୍ରମୋଦ କୁମାର ସିଂହ, ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଶିକ୍ଷକ ଭାବରେ ମାଷ୍ଟର ଟ୍ରେନର ମାନଓ ରଞ୍ଜନ ଧଳ, ନବ କିଶୋର ଦୀପ, ସୁରେଶ ଯୋଷୀ, ସଦାଶିବ ଜେନା ପ୍ରମୁଖ ତାଲିମ ପ୍ରଦାନ କରି ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ।

Comments are closed.