ଏସଇଏମ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପୂରଣ ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ  : ବୌଦ୍ଧଜିଲା ଏସଇଏମ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ୮ ଦଫା ଦାବି ପୂରଣ ନେଇ  ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସଇଏମ ପଦବୀ ଉଚ୍ଛେଦ କରି ଗ୍ରାମ୍ୟଜଳ ଯୋଗାଣ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, କୁଶଳୀ, ଅତି କୁଶଳୀ, ଅର୍ଦ୍ଧ କୁଶଳୀ, ଓ ଅଣ କୁଶଳୀ ନିୟମ ପାଳନ କରାଯାଉ,ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ଆଦେଶନାମାକୁ ପାଳନ କରି ସମାନ କାମକୁ ସମାନ ଦରମା ଦିଆଯାଉ, ବୟସ ସୀମା ଅତିକ୍ରମ କରିଯାଇଥିବାରୁ ୫ ବର୍ଷର ସମୟ ସୀମା କୋହଳ କରାଯାଉ, ଦଶବର୍ଷ ପୂର୍ବ ବକେୟା ରାଶି ପ୍ରଦାନ କରାଯାଉ, କାର୍ଯ୍ୟକରୁଥିବା ସମୟରେ କର୍ମଚାରୀ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ଆଦି ଦାବି ନେଇ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏନେଇ ସଂଘ ପକ୍ଷରୁ ବିଭିନ୍ନ ସମୟରେ ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ।

Comments are closed.