୪୯ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ଅବକାରୀ, ପୋଲିସ ଓ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୯ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। ଅବକାରୀ ସୂତ୍ରରୁ ପ୍ରକାଶ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାଙ୍କି ସଂରକ୍ଷିତ ଜଙ୍ଗଲ ଜମିର ପ୍ରାୟ ୪୯ ଏକର ଜାଗା ଉପରେ ଚଢାଉ କରାଯାଇ ୪୯ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ମନୋରଂଜନ ସୁନା, ଅବକାରୀ ଇନ୍ସିପେକ୍ଟର ସାଗରୀକା ପ୍ରଧାନ, ସବ ଇନ୍ସିପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ।

Comments are closed.