ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଶୱାର୍ଡ ବ୍ୟବହାର କରି ଧରା ପଡିଲେ ସହକାରୀ ଅଧିକାରୀ

ବୌଦ୍ଧ: ବୌଦ୍ଧ ଜିଲା ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ ଅଧିକାରୀଙ୍କ ପାଶୱାର୍ଡ ବ୍ୟବହାର କରି ୧୧୭ଟି ଗାଡିର ଫିଟନେଶ ସାର୍ଟିଫିକେଟ ପ୍ରଦାନ କରି କାର୍ଯ୍ୟାଳୟର ପ୍ରୋଗ୍ରାମର ଧରାପଡିଛନ୍ତି। ମାମଲାରୁ ପ୍ରକାଶ ଯେ କାର୍ଯ୍ୟାଳୟର ପୋଗ୍ରାମର ରଞ୍ଜନ କୂମାର ଦାସ ପୁର୍ବରୁ ବଡବିଲ ଠାରେ କାର୍ଯ୍ୟରତ ଥିଲେ। ଗତ କିଛି ମାସ ହେବ ତାଙ୍କର ବଦଳି ବୌଦ୍ଧକୁ ହେବାପରେ ସେ ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସହକାରୀ ପ୍ରୋଗ୍ରାମର ଭାବରେ କାର୍ଯ୍ୟରତ ଥିଲେ। କିନ୍ତୁ ପ୍ରୋଗ୍ରାମର ଶ୍ରୀଦାସ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁଙ୍କ ଅଜ୍ଞାତରେ ତାଙ୍କ ଅଫିସିଆଲ ପାଶୱାର୍ଡ ବ୍ୟବହାର କରି ବାହନ ଆପ ଜରିଆରେ ପୂର୍ବରୁ ସେ କାର୍ଯ୍ୟ କରୁଥିବା ବଡବିଲ ଅଞ୍ଚଳର ୧୧୭ ଗୋଟି ଗାଡିକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଏହି ଘଟଣା ସଂପର୍କରେ ରାଜ୍ୟ ଆଞ୍ଚଳିକ ପରିବହନ କମିଶନର ଅରୁଣ ବୋଥ୍ରା ଜାଣିବା ପରେ ପୋଗ୍ରାମରଙ୍କ ନାମରେ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଶନରଙ୍କ ନିର୍ଦ୍ଦେଶ ପାଇବା ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମୁର୍ମୁ ଗତ ମଙ୍ଗଳବାର ଦିନ ବୌଦ୍ଧ ଥ।।ନାରେ ତାଙ୍କରି ପାଶୱାଡ ଓ ବାହାନ ତଥ୍ୟ ଅପବ୍ୟବହାର କରି ବାହାର ଗାଡି ଗୁଡିକୁ ଫିଟନେସ ଦିଆଯାଇଥିବା ନେଇ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୌଦ୍ଧ ପୋଲିସ ପକ୍ଷରୁ ଥାନା କେସ ନଂ ୨୮୬/୨୧ ରେ ମାମଲା ରୁଜୁ କରି ପୋଗ୍ରାମର ରଞ୍ଜନ ଦାସକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖାଯାଇଥିବା ଜଣାଯାଇଛି।

Comments are closed.