ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି କନ୍ଧମାଳ ଜିଲ୍ଲାର ଉଦୟଗିରି ଠାରେ ଅନୁଷ୍ଠିତ ହେବାକୁ ଥିବା ‘ସର୍ବୋଦୟ ସଂକଳ୍ପ ଶିବିର’କୁ ସଫଳ କରିବା ସକାଶେ ବୌଦ୍ଧ ଜିଲ୍ଲାର ହୋଟେଲ ଦେବାଶିଷ ଠାରେ ବୌଦ୍ଧ ଜିଲ୍ଲାର ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ସଭାପତି ସମରେନ୍ଦ୍ର ମହାକୁଡ଼ଙ୍କ ସମେତ ଜିଲ୍ଲାର ସମସ୍ତ ଜୋନ ସଂଯୋକ ଏବଂ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଯୋଗଦାନ କରିଥିବା ଜଣାପଡିଛି। ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ରାଜ୍ୟ ପ୍ରଭାରୀ କୁର୍ଣ୍ଣାଲ ବାନାର୍ଜୀ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ରଙ୍କ ସମେତ ରାଜ୍ୟ ଉପସଭାପତି ବିଜୟ ପ୍ରଧାନ ପ୍ରମୁଖ ଯୋଗ ଦାନ କରି ସମସ୍ତ ଜୋନ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। କରୁଣା କର କଂହର, ଜୟନ୍ତ ନାୟକ, ଅନନ୍ତ କର୍ଣ୍ଣ, ରାଜେଶ କର୍ଣ୍ଣ, ରାଜେଶ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ବିମଳ ସେଠି, ସରୋଜ ପ୍ରଧାନ, ଉଦୟନାଥ ଶର୍ମା, ଗିରିଧାରୀ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ଅଭିଳାଷ ସ୍ୱାଇଁ ଏବଂ ସନ୍ତୋଷ ବକ୍ସି ଆଦି କଂଗ୍ରେସ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Comments are closed.