ଜାତୀୟ ପ୍ରେସ ଦିବସରେ ଜିଲା ସମାଜ ପ୍ରତିନିଧି ଶଶାଙ୍କ ମିଶ୍ର ସମ୍ବର୍ଦ୍ଧିତ

ବୌଦ୍ଧ: ଜାତୀୟ ପ୍ରେସ ଦିବସ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଜିଲାସ୍ତରୀୟ ଉତ୍ସବରେ ଜିଲା ସମାଜ ପ୍ରତିନିଧି ଶଶାଙ୍କ ଶେଖର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ମିଶ୍ର ୧୯୯୫ ମସିହାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସିଥିବା ବେଳେ ନିଜସ୍ୱ ସଂପାଦନାରେ ଏକ ପାକ୍ଷିକ ପ୍ରତିକା ଗଣଧ୍ୱନୀ ମଧ୍ୟ ପ୍ରକାଶିତ କରିଥିଲେ। ବର୍ତମାନ ସେ ସମାଜର ବୌଦ୍ଧ ଜିଲା ପ୍ରତିନିଧି ଭାବରେ କାର୍ଯ୍ୟ କରିଆସୁଛନ୍ତି।

ପ୍ରତିବର୍ଷ ଜାତୀୟ ପ୍ରେସ ଦିବସରେ ଜିଲାର ବରିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ଶ୍ରୀ ମିଶ୍ରଙ୍କ ସମେତ ଜିଲାର ଅନ୍ୟ ତିନିଜଣ ବରିଷ୍ଠ ସାମ୍ବାଦିକ ବରଜ କୁମାର ବେହେରା, ସୌମିତ୍ରି କୁମାର ନାୟକ ଓ ଦେବାଶିଷ ପୁରୋହିତଙ୍କୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Comments are closed.