ବୌଦ୍ଧରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଗଣମାଧ୍ୟମ ସବୁବେଳେ ସୂଚନା ପ୍ରଦାନ କରୁଥିବାବେଳେ ସେଥିରୁ ସମସ୍ତେ ନିଜର ଭୁଲ ଠିକ୍‍ ଜାଣି ସୁଧାରିବାର ଆବଶ୍ୟକତା ରହିଛି। ତେବେ ଅଞ୍ଚଳର ବିକାଶ ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଓ ସେଥିପାଇଁ କାର୍ଯ୍ୟରତ ପ୍ରତିନିଧିମାନେ ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ବାଲ୍ୟବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ସାମ୍ବାଦିକ ବନମାଳୀ ପାଣିଗ୍ରାହୀ ଓ ରଜନୀକାନ୍ତ ଦାଶ ପ୍ରମୁଖ ଯୋଗଦେଇ କୋଭିଡ ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବାରୁ ସେମାନେ କୋଭିଡ ଯୋଦ୍ଧା ଭାବରେ ସମ୍ମାନର ହକଦାର ବୋଲି ପ୍ରକାଶ କରିଥିଲେ।

ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ବାଲ୍ୟ ବିବାହ ନିଷିଦ୍ଧ ଓ ଏଥିପାଇଁ ରହିଥିବା ବିଭିନ୍ନ ଆଇନର ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଗରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ମରଣୋତ୍ତର ଭାବରେ ବରିଷ୍ଠ ସାମ୍ବାଦିକ ସତୀଶ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମିଶ୍ର, ରାମଚନ୍ଦ୍ର ପଣ୍ଡା, ଦୁର୍ବାକ୍ଷ ବସ୍ତିଆ ଓ ବିଶ୍ୱଜିତ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବରଜ କୁମାର ବେହେରା, ସୌରେନ୍ଦ୍ର କିଶୋର ଷଡଙ୍ଗୀ, ସୌମିତ୍ରି କୁମାର ନାୟକ, ଦେବାଶିଷ ପୁରୋହିତ ଓ ଶଶାଙ୍କ ଶେଖର ମିଶ୍ରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ପ୍ରଣତୀ ପଣ୍ଡା,ଶଙ୍କର ପ୍ରସାଦ ମିଶ୍ର,ସୌମିତ୍ରି କୁମାର ନାୟକ,ଦେବାଶିଷ ପୁରୋହିତ ଓ ଯୁଗଳ କିଶୋର ସାମଲ ପ୍ରମୁଖ କୋଭିଡ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବରେ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ପରଲୋକଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.