ମହିଳାଙ୍କ ଅଧିକାରର ସୂରକ୍ଷା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମହିଳାଙ୍କ ଅଧିକାରର ସୂରକ୍ଷା ନେଇ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲା ପରିବାର ଅଦାଲତର ବଚାରପତି ପ୍ରସନ୍ନ କୁମାର କର୍ଣ୍ଣ ଯୋଗ ଦେଇ ମହିଳାମାନଙ୍କ ଅଧିକାରର ସୁରକ୍ଷା ନେଇ ଆଇନରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଘରୋଇ ହିଂସା ଆଇନ, ବାଲ୍ୟ ବିବାହ ଆଇନ, ଶିକ୍ଷା ଅଧିକାର ଆଇନ ଓ ଶିଶୁ ଶ୍ରମିକ ଆଇନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସବଜଜ୍‍ ଦୁର୍ବାଶା ଦୁର୍ଗା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲା ଶିଶୁ ଅଧିକାର ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ଓ ଆଇନଜିବୀ ତଦଶା ମାଝି ପ୍ରମୁଖ ଯୋଗଦେଇ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପିକାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.