ବୌଦ୍ଧରେ ଶ୍ରୀମଦ୍‍ ଭାଗବତ କଥାମୃତ

ବୌଦ୍ଧ: ପବିତ୍ର କାର୍ତିକ ମାସରେ ମାନବ ଜୀବନକୁ ସଫଳ କରିବା ପାଇଁ ବୌଦ୍ଧ ସହର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବୌଦ୍ଧଜିଲା ଇସ୍କନ୍‍ ଶାଖା ଅନୁଷ୍ଠାନ ପକ୍ଷରୁ ଆଜିଠାରୁ ଏକ ସପ୍ତାହ ବ୍ୟାପୀ ଭାଗବତ କଥା ସଂଧ୍ୟା ୬ଘ. ଠାରୁ ରାତ୍ର ୮ଘ. ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଭୂବନେଶ୍ୱର ଇସ୍କନର ଶ୍ରୀପାଦ ଅକ୍ଷୟହରି ଦାସ ବ୍ରହ୍ମଚାରୀ ଭାଗବତର ଭକ୍ତ ସୁଦାମା ପ୍ରସଙ୍ଗ ପ୍ରବଚନ ପ୍ରଦାନ କରିଥିଲେ। ସତ୍‍ସଙ୍ଗ ପ୍ରାରମ୍ଭରେ ଭଜନ କୀର୍ତନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ସହର ସମେତ ଆଖପାଖ ଅଂଚଳର ଶତାଧିକ ଭକ୍ତ ଯୋଗଦାନ କରୁଛନ୍ତି। କାର୍ଯ୍ୟକ୍ରମକୁ ବୌଦ୍ଧର ପଙ୍କଜନାଭ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ସେବକ ଦାସ, ଶ୍ରୀପାଦ ପ୍ରାଣବଲ୍ଲଭ ଦାସ, ଶ୍ରୀପାଦ ଗୌରାଙ୍ଗ ଦାସ, ଶ୍ରୀପାଦ ଗୀତଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.