ବୌଦ୍ଧରେ କାଳୀପୂଜା ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧରେ ଶିବାନୀ ବଜାର ଓ ଭୈରବୀ ବଜାରରେ କାଳୀପୂଜା ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ମଧ୍ୟରେ ଉଭୟ ପୂଜା କମିଟି ପକ୍ଷରୁ ତୋରଣ ଓ ଆଲୋକମାଳା ଇତ୍ୟାଦି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ଅନ୍ୟବର୍ଷ ଅପେକ୍ଷା ଛୋଟ ମୂର୍ତ୍ତି ନିର୍ମାଣ ସହିତ କେବଳ ପୂଜା ପଦ୍ଧତିକୁ ପାରମ୍ପରିକ ରିତିନିତି ମଧ୍ୟରେ ପାଳନ କରାଯାଇଛି।

Comments are closed.