ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯମ ଦ୍ୱିତିୟା ଉତ୍ସବ ପାଳିତ

ବୌଦ୍ଧ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବୌଦ୍ଧଶାଖା ପକ୍ଷରୁ ଯମ ଦ୍ୱିତିୟା (ଭାତୃ ଦ୍ୱିତିୟା) ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ମାମିନା ଭଉଣୀ ଏହି ପର୍ବ ପାଳନର ମହତ୍ୱ ଉପରେ ଆଲୋକପାତ କରି ପର୍ବ ମାଧ୍ୟମରେ ବିଶ୍ୱ ଭାତୃତ୍ୱର ସନ୍ଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଦିପ ପ୍ରଜ୍ଜଳନ, ତିଲକ ପ୍ରଦାନ ସହ ସମସ୍ତଙ୍କ ମଧ୍ୟରେ ମଧୁର ସଂପର୍କ ବଜାୟ ରଖିବାର ସଙ୍କେତ ସ୍ୱରୂପ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା। ଭଉଣୀ ବ୍ରହ୍ମାକୁମାରୀ ରେଣୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.