ଶିବ ମନ୍ଦିର ନିକଟରୁ ବୃଦ୍ଧା ଉଦ୍ଧାର

ବୌଦ୍ଧ: ସୁନ୍ଦରଗଡର ବନ୍ଦରମୁଖା ବଉଳ ସାହିର ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ବୌଦ୍ଧଜିଲା କଣ୍ଟାମାଳ ବ୍ଳକ ଶିବ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି। ଏ ସଂପର୍କରେ ସୂଚନା ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସାମାଜିକ ସୁରକ୍ଷା ବିଭାଗର ଉଦ୍ୟମ କ୍ରମେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧର ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାଯାଇଛି। ବୃଦ୍ଧାଙ୍କ ନାମ ଭାରତୀ ଦାଶ (୬୨) ଓ ସେ ସୁନ୍ଦରଗଡ ବନ୍ଦରମୁଖା ବଉଳସାହିର ଗୋବିନ୍ଦ ଦାଶଙ୍କ ଝିଅ ବୋଲି ଜଣାପଡିଛି। ତେବେ ତାଙ୍କର କୌଣସି ସମ୍ପର୍କୀୟ ଥିଲେ ବୌଦ୍ଧଜିଲା ସାମାଜିକ ସୁରକ୍ଷା ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.