ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ; ଜଣେ ଗୁରୁତର 

ବୌଦ୍ଧ : ବୌଦ୍ଧ ବ୍ଳକ ପଲସପାଟ ଛକ ଠାରେ ଏକ ରାଜ୍ୟ ବାହାର ନମ୍ବର ଥିବା କାର ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୁଚନା ମୁତାବକ ଗୁୁଜରାଟ ରାଜ୍ୟର ତିନି ଜଣ ଯୁବକ ଉକ୍ତ କାରରେ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥ (ଏନଏଚ-୫୭)ର ସାହାଜପାଲ ନିକଟସ୍ଥ ପଲସାପାଟ ଛକ ଠାରେ ଦୁର୍ଘଟଣା ହୋଇଥିଲା। ତିନିଜଣଙ୍କ ମଧ୍ୟରୁ ଅମୁଲ ପାଟିଲ (୩୪) ନାମକ ଯୁବକର ବାମହାତ ଭାଙ୍ଗି ଥିବା ସହ ସେ ଗୁରୁତର ହୋଇପଡିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ପଠାଇଥିଲେ। କିନ୍ତୁ ଗାଡିରେ ପ୍ରେସ ଲେଖା ଥିବାରୁ  ସେମାନେ ସାମ୍ବାଦିକ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.