୨ଶହ ଫୁଟ ତଳକୁ ଖସି ପଡିଲା ମିନିଟ୍ରକ , ବର୍ତ୍ତିଲେ ଚାଳକ ଓ ହେଲପର 

ବୌଦ୍ଧ  : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୌଦ୍ଧ ଓ ନୟାଗଡ ଜିଲା ସୀମାନ୍ତରେ ଏକ ମିନିଟ୍ରକ ଦୁଇଶହ ଫୁଟ ତଳକୁ ଖସିପଡିଥିବା ବେଳେ ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୁଚନା ମୁତାବକ ଖୋର୍ଦ୍ଧାରୁ କୁକୁଡା ଖାଦ୍ୟ ବୋଝେଇ ଏକ ମିନିଟ୍ରକ ବଲାଙ୍ଗିର ଯାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ବୌଦ୍ଧ ଜିଲାର ସୀମନ୍ତ ଖୋର୍ଦ୍ଧା- ବଲାଙ୍ଗିର ଜାତୀୟ ରାଜପଥର ଏକ ବୁଲାଣୀ ରାସ୍ତାରେ ମିନିଟ୍ରକଟି ୨୦୦ ଫୁଟ ତଳକୁ ଖସିପଡିଥିଲା। କିନ୍ତୁ ଗାଡିର ଚାଳକ ଓ ହେଲପର ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡିଛି। ଖବର ପାଇ ଆଡେଣିଗଡ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ମଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।

Comments are closed.