ସାମ୍ବାଦିକଙ୍କ ପିତୃ ବିୟୋଗ

ବୌଦ୍ଧ: ବୌଦ୍ଧର ସାମ୍ବାଦିକ ସଂଜୀବ କୁମାର ମହାକୁଳଙ୍କ ପିତା ଆଦର୍ଶ ଶିକ୍ଷକ ଦୁର୍ଯ୍ୟଧନ ମହାକୁଳ(୮୫)ଙ୍କ ପରଲୋକ ଘଟିଛି। ସ୍ୱର୍ଗତ ମହାକୁଳ ଅବିଭକ୍ତ ବୌଦ୍ଧ-କନ୍ଧମାଳ ଜିଲ୍ଲାର ଜିରାଗୁଡା ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ଶିକ୍ଷକତା ଆରମ୍ଭ କରିଥିଲେ। ପରେ ବୌଦ୍ଧଜିଲ୍ଲାର ପଲାସ, ଖୁଣ୍ଟବନ୍ଧ, ସାଲିଗାଁ, ଚନ୍ଦ୍ରଚୂଡ ଏବଂ ନାରାୟଣ ପ୍ରସାଦ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ସେଜଣ ପରୋପକାରୀ, ଅମାୟିକ, ସରଳ, ନିଷ୍କପଟ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ତାଙ୍କର ବିୟୋଗରେ ଛାତ୍ର ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ସ୍ଥାନିୟ ରାଜଘାଟ ଠାରେ ତାଙ୍କର ବଡପୁଅ ଶମ୍ଭୁ ପ୍ରସାଦ ମୁଖାଗ୍ନି ଦେଇଥିଲେ।

Comments are closed.