ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ

ବୌଦ୍ଧ: ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୌଦ୍ଧଜିଲ୍ଲାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି ଠାରୁ ବୌଦ୍ଧ ସହରରେ ପ୍ଲାଷ୍ଟିକ ବସ୍ତୁ ସଂଗ୍ରହ କରିବା ସହିତ ବର୍ଜନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କନ୍ଧମାଳ ଅଧିକାରୀ ନବନୀଭ କୁମାର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବୌଦ୍ଧ ସହରରୁ ୧୧ ହଜାର କିଲୋଗ୍ରାମ ପ୍ଲାଷ୍ଟିକ୍‍ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଛନ୍ତି। ଆଜି ସକାଳେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ୟୁଥ୍‍କ୍ଲବର ସଦସ୍ୟମାନଙ୍କୁ ନେଇ ବୌଦ୍ଧ ସହରର ୫୭ ନମ୍ବର ଜାତୀୟ ରାଜପଥ ବୁଟୁପାଲି ଠାରୁ ଶୁଭାରମ୍ଭ କରାଯାଇଥିଲା।

ଉଦ୍‍ଘାଟକ ଭାବେ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନୀ ଦେବାଶିଷ ପୁରୋହିତ ଯୋଗଦାନ କରିଥିଲେ। ଆଜି ସକାଳ ସମୟରେ ୨ ଶହ ବ୍ୟାଗ୍‍ ସଂଗ୍ରହ କରାଯାଇଥିବା ବେଳେ ସଂଧ୍ୟାରେ ପୋଡାପୋଡା, ରଥସାହି ଓ ବୁଦ୍ଧପଡିଆ ଠାରୁ ୧ ଶହ ବ୍ୟାଗ ସଂଗ୍ରହ କରାଯାଇଥିଲା। ଆଜି ୧୧ଶହ କିଲୋଗ୍ରାମ ସଂଗ୍ରହ ହୋଇଥିବା ଜଣାପଡିଛି। ଆଜି କାର୍ଯ୍ୟକ୍ରମରେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର କର୍ମଚାରୀ ଏବଂ ୟୁଥ୍‍ ରେଡକ୍ରସର ଅଧିକାରୀ ପ୍ରବିର କୁମାର ଦାସ ଓ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସୁପ୍ରୀୟା ଦେହୁରୀ, ଜାଜ୍ଞସେନୀ ରଣା, ପ୍ରବୀଣା କର୍ଣ୍ଣ, ଶ୍ରୀତମ କଲତା, ଧରଣୀଧର ବିଭାର, ମନୋଜ ଭୋକ୍ତା, ସୁଧିର ଦୀପ, ବାମନ ବେହେରା ଯୋଗଦାନ କରିଥିବା ବେଳେ ଉତମ ମହାକୁଡ ଓ ସତ୍ୟବାନ ଦଳବେହେରା ପରିଚାଳନା କରିଥିଲେ।

Comments are closed.