ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ରାବାସ ଉଦଘାଟିତ

ବୌଦ୍ଧ: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଦୁଇଶହ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରାବାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଛାତ୍ରବାସରେ ୧୨ ଜଣ ଛାତ୍ର ରହିବା ଆରମ୍ଭ କରିଛନ୍ତି। ପ୍ରକାଶ ଯୋଗ୍ୟ କି, ବୌଦ୍ଧ ସଦର ମହକୁମାରେ ଅବସ୍ଥିତ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ଅଟେ। ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଦୂରଦୂରାନ୍ତ ଜାଗାରୁ ଆସିଥାନ୍ତି। ସେମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ବୌଦ୍ଧ ବିଧାୟକ ପ୍ରଦିପ ଅମାତଙ୍କ ପ୍ରଚେଷ୍ଟାରେ ଛାତ୍ରବାସଟି ୨୦୧୭ ମସିହାରେ ନିର୍ମିତି ହୋଇସାରିଥିଲା। ହେଲେ ଦୀର୍ଘ ଚାରିବର୍ଷ ବ୍ୟବଧାନ ପରେ ଆଜି ଛାତ୍ରବାସର କାର୍ଯ୍ୟକ୍ଷମ ହୋଇଛି।

Comments
Loading...