ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: ଓଡ଼ିଶା ମୋ ପରିବାର ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ମୁଣ୍ଡାପଡା ଗ୍ରାମପଞ୍ଚାୟତର କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ମୋ ପରିବାରର ଜିଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଆବଶ୍ୟକତା ରହିଥିବା ବେଳେ ଅଧିକ ସଂଖ୍ୟାରେ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ଓଡ଼ିଶା ମୋ ପରିବାର ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ତେଣୁ ଆୟୋଜିତ ଶିବିର ଗୁଡିକରେ ଅଧିକରୁ ଅଧିକ ସ୍ୱେଛାକୃତ ରକ୍ତଦାତାମାନେ ସାମିଲ ହୋଇ ରକ୍ତଦାନ କରିବାକୁ ବୈଠକରେ ଗରୁତ୍ୱ ପ୍ରଦାନ କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମନପୁର ସରପଞ୍ଚ ପ୍ରତାପ କୁମାର ପରିଡା,ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ,ଯୁବନେତା ସନ୍ତୋଷ ଦାଶ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁମନ୍ତ ନାୟକଙ୍କ ସମେତ ବହୁ ସଂଖ୍ୟାରେ ସ୍ୱେଛାସେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.