ବୌଦ୍ଧର ସନ୍ତରଣକାରୀଙ୍କ ଭୁବନେଶ୍ୱର ଯାତ୍ରା

ବୌଦ୍ଧ: ସନ୍ତରଣ କ୍ରିଡାରେ ବୌଦ୍ଧର ସୂନାମ ରହି ଆସିଥିବା ବେଳେ ଅନେକ ଖେଳାଳୀ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ବର୍ତମାନ ରାଜ୍ୟ ସରକାର କ୍ରିଡାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହା ଖେଳାଳୀମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବୃଦ୍ଧି କରିଛି। ବୌଦ୍ଧଜିଲାରୁ ୨୫ ଜଣିଆ ସନ୍ତରଣକାରୀ ଦଳ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆଁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାତ୍ରା କରିଛନ୍ତି। ଜିଲା ସନ୍ତରଣ ସଂଘର ସମ୍ପାଦକ ବରିଷ୍ଠ କ୍ରିଡାବିତ ରବିନ୍ଦ୍ର କୁମାର ରାଉତଙ୍କ ନେତୃତ୍ୱରେ ଏହି ଖେଳାଳୀମାନେ ଯାତ୍ରା କରିଥିବା ଜଣାଯାଇଛି।

ଦଳରେ ଅନେକ ଖେଳାଳୀଙ୍କ ଜାତୀୟସ୍ତରରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରହିଥିବାରୁ ସେମାନେ ନିଶ୍ଚିୟ ସଫଳ ହେବେ ବୋଲି ସଂଘର କର୍ମକର୍ତ୍ତା ଆଶାବାଦୀ ରହିଛନ୍ତି। ଦଳ ସହିତ ସେମାନଙ୍କ ପ୍ରଶିକ୍ଷକ ମଧ୍ୟ ଯାଇଛନ୍ତି। ତେବେ ଭିତିଭୂମି ଅଭାବରୁ ଜିଲାରେ ଖେଳାଳୀମାନେ ଅଭ୍ୟାସ କରିବାର ବିଶେଷ ସୁଯୋଗ ପାଇନଥିବା ସତ୍ୱେ ଖେଳାଳୀମାନେ ଭଲ କରିବେ ବୋଲି ସନ୍ତରଣ ସଂଘର ସମ୍ପାଦକ ଶ୍ରୀରାଉତ ପ୍ରକାଶ କରିଛନ୍ତି। ଆଜି ଏହି ଖେଳାଳୀମାନଙ୍କୁ ବିଦାୟ ଦେବା ସମୟରେ ସନ୍ତରଣ ସଂଘର ସଭାପତି ମୃତ୍ୟୁଂଜୟ ମିଶ୍ର, ଉପଦେଷ୍ଟା ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.