ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ବ ସ୍ଥାପନ

ବୌଦ୍ଧ: ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘଠାରେ ଚଳିତବର୍ଷ ଦୁର୍ଗାପୂଜା ପାଇଁ ଶୁଭସ୍ତମ୍ବ ସ୍ଥାପନ କରାଯାଇଛି। ଏଥିରେ ପୂଜକ ସବ୍ୟସାଚୀ ପୁରୋହିତ, କର୍ତ୍ତା ନିରଞ୍ଜନ ପଣୁଆଁ ଓ ସଂଘର ସମ୍ପାଦକ ଚିତ୍ତରଂଜନ ଖଟୁଆଙ୍କ ସମେତ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ପୂଜାବିଧି ପାଳନ ପାଇଁ ସଂକଳ୍ପ ନେଇଥିଲେ। ପୂଜାଉତ୍ସବ ପାଳନ ସମୟରେ କୋଭିଡ ନିୟମ ପାଳନ ସହିତ ସମସ୍ତ ସଦସ୍ୟ ମୁହଁରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

Comments are closed.