ଜିଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ଜିଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମଙ୍କ ଅଧ୍ୟକ୍ଷତାରେ ଜିଲା ଆଇନସେବା ପ୍ରାଧିକରଣ ଦ୍ୱାରା ସାଇବର୍‍ କ୍ରାଇମ ଏବଂ ସାଇବର୍‍ ଲ ଉପରେ ଆଭାସି ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଉପ ଆରକ୍ଷୀ ଅଧିକ୍ଷକ ଧିରେନ୍ଦ୍ର କୁମାର ସ୍ୱାଇଁ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ସୁଶ୍ରୀ ତପସ୍ୱିନୀ କହଁର, ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରବୀର କୁମାର ଦାସ ଆଲୋଚକ ଭାବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପାରା ଲିଗାଲ ଭଲେଣ୍ଟିୟର,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ। ସେମାନଙ୍କୁ ସାଇବର୍‍ କ୍ରାଇମ ଏବଂ ସାଇବର୍‍ ଲ ଉପରେ ବିସ୍ତୃତ ଭାବରେ ବୁଝାଯାଇଥିଲା। ଏହା ଉପରେ ସରକାରଙ୍କ ଦ୍ୱାରା ନିର୍ଦ୍ଦାରିତ ବିଭିନ୍ନ ଆଇନ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା। ନ୍ୟାୟିକ ବ୍ୟବସ୍ଥା ରେ ନିର୍ଦ୍ଦାରିତ ସାଇବର୍‍ କ୍ରାଇମ ଏବଂ ସାଇବର୍‍ ଲ ଉପରେ ବିଭିନ୍ନ ଭାରତୀୟ ଦଣ୍ଡ ସଂହିତା ଉପରେ ଆଲୋକପାତ କରାଯାଇ ସମସ୍ତଙ୍କୁ ସଚେତନ କରାଯାଇଥିଲା।

Comments are closed.