ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ

ବୌଦ୍ଧ: ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବୌଦ୍ଧ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମିନତୀ ଦେଓ, ଜିଲା ବାଲ୍ୟ ବିବାହ ପରାମର୍ଶଦାତ୍ରି ପ୍ରତିଜ୍ଞା ଦାଶ, ଜିଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଧନଞ୍ଜୟ ଖମାରୀ, ଜିଲା ସଂଯୋଜିକା ଚାଇଲଡଲାଇନ ବବିତା ନାଏକ, ମୁଣ୍ଡାପଡା କୃଷି ଗ୍ରାମସେବକ ନରସିଂହ ଶୁଣ୍ଢି, ୱାଇସିଡିଏ ବାଉଁଶୁଣୀ ସଂଯୋଜିକା ମମତା ପରିଡା ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହ, ଶିଶୁ ଶ୍ରମିକ, କୋଭିଡ ୧୯ ସଚେତନତା ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ଗ୍ରାମାଞ୍ଚଳରେ ବାଲ୍ୟ ବିବାହକୁ କିପରି ରୋକାଯାଇ ପାରିବ ତାହାର ପୂର୍ବ ପ୍ରସ୍ତୁତି ସଂପର୍କରେ ସୁଚନା ପ୍ରଦାନ କରାଯାଇଥିଲା। ସେହିପରି ଶିଶୁମାନଙ୍କର ସୁରକ୍ଷା, ସେମାନଙ୍କ ସମସ୍ୟା ସମଧାନ ଓ ଶିଶୁ ଅଧିକାରର ସୁରକ୍ଷା କିପରି କରାଯାଇ ପାରିବ ଓ ଗ୍ରାମଗୁଡିକରେ ଏହି ଯୋଜନା ଗୁଡିକ କିପରି କାର୍ଯ୍ୟକାରୀ କରାଯାଇପାରିବ ଏହି ତାଲିମ କର୍ମଶାଳାରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଗ ଆସନର ଉପଯୋଗୀତା ସଂପର୍କରେ ସରପଞ୍ଚ ଶ୍ରୀ ସ୍ୱାଇଁ ବକ୍ତବ୍ୟ ରଖିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ମୁଣ୍ଡା ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ଆଶା ଓ ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ଉପସ୍ଥିତ ଥିଲେ। ଶେଷରେ ମମତା ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.