ଭାଗବତ ଜନ୍ମରେ ପୁର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

ବୌଦ୍ଧ : ପବିତ୍ର ପୁର୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥି ପାଇଁ ବୌଦ୍ଧ ଜିଲାରେ ପୁରପଲ୍ଲୀରେ ମହାସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି। ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଅଛି , ଯାହା ଭଗବାନ ରାଧାକୃଷ୍ଣଙ୍କ ଚାପ ଖେଳ ମହାନଦୀର ଜଳରାଶିରେ କରାଯାଇଥାଏ। ସମସ୍ତ ପ୍ରକାର ନିତି କାନ୍ତି ପରେ ପ୍ରଭୁ ମାନଙ୍କୁ ବିମାନରେ ବସାଇ ନାମ ସଂକିର୍ତ୍ତନ କରି ସହର ପରିକ୍ରମା ପରେ ମହାନଦୀର ଚନ୍ଦ୍ରଚୂଡ ଘାଟକୁ ନେଇଥାନ୍ତି। ସେଠାରୁ ରାଧାକୃଷ୍ଣଙ୍କୁ ଏକାଧିକ ଡଙ୍ଗାକୁ ବନ୍ଧାଯାଇ ପ୍ରସ୍ତୁତ ହୋଇଥିବା ଚାପରେ ସଂକିର୍ତ୍ତନ ମଣ୍ଡଳୀ ସହିତ ମହାନଦୀ ଗର୍ଭରେ ଦୀର୍ଘ ସମୟ ଚାପ ଖେଳାଇବାପରେ କୂଳକୁ ଅଣାଯାଇଥାଏ। ପରେ ଠାକୁରମାନଙ୍କୁ ସଂକିର୍ତ୍ତନର ତାଳେ ତାଳେ ମନ୍ଦିର ମଧ୍ୟକୁ ନିଆଯାଇଥାଏ। ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, ପୋଡାପଡା ସାହିରୁ ପ୍ରଭୁ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ହୋଇଥାଏ।

Comments are closed.