ବୌଦ୍ଧରେ ନିରାଡମ୍ବର ଭାବରେ ପାଳନ ହେଲା ବିଶ୍ୱକର୍ମା ପୂଜା

ବୌଦ୍ଧ: କରୋନା କଟକଣାକୁ ଦୃଷ୍ଟିରେ ରଖି ବୌଦ୍ଧଜିଲାରେ ନିରାଡମ୍ବର ଭାବରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜଳସଂପଦ ବିଭାଜନ, ପୁର୍ତ୍ତ ବିଭାଗ, ଉଠା ଜଳସେଚନ ବିଭାଗ ଆଦି ସରକାରୀ କାର୍ଯ୍ୟାଳୟ ସମେତ ଜିଲା ଟ୍ରକମାଲିକ ସଂଘ, ଘରୋଇ ବସ ମାଲିକ ସଂଘ, ଟାକ୍ସି ମାଲିକ ସଂଘ ଓ ବିଭିନ୍ନ ଗ୍ୟାରେଜରେ ନିରାଡମ୍ବର ଭାବରେ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ପାଳନ କରାଯାଇଛି। ପୂଜା ମଣ୍ଡକୁ ଭକ୍ତଙ୍କୁ କଟକଣା ରହିଥିବା ବେଳେ କେବଳ ନିତିକାନ୍ତି ପାଳନ ସହିତ ପୂଜା କରାଯାଇଛି।

Comments are closed.