ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଓ ପୋଷଣ ବଗିଚା ଉତ୍ସବ ପାଳିତ

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ପାଲଝାର ଠାରେ କୃଷି ବିଜ୍ଞାନ କେନ୍ଦ୍ର ଓ ଇଫକୋର ମିଳିତ ସହଯୋଗରେ ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ୨୦୨୩ ଓ ପୋଷଣ ବଗିଚା ମହାଅଭିଯାନ ଏବଂ ବୃକ୍ଷ ରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଗ୍ରାମରୁ ୧୦୦ ଜଣ ଚାଷୀ, ମହିଳା ଚାଷୀ ଓ ୫୦ ଜଣ ଶିଶୁ କନ୍ୟା ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣୀ ଦଳବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର, ମିଶନ ଶକ୍ତି ଜିଲା ସଂଯୋଜକ ଦେବଦତ୍ତ ମିଶ୍ର ଓ ରାଷ୍ଟ୍ରିୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ବଘିଆପଡାର ସହକାରୀ ନିର୍ଦ୍ଦେଶକ ଡ. ରଜନୀଶ ମିଶ୍ର ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ଅନେକ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ।

ଏହି ଅବସରରେ ଶହେ ଗୋଟି ଫଳଗଛ ଓ ପନିପରିବା କିଟ୍‍ ବଣ୍ଟନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ସୁସ୍ମିତା ପ୍ରୟଦର୍ଶିନୀ, ମୟୁରୀ ସିଂହଦରଦାର, ବିକ୍ରମ କେଶରୀ ପରମାଣିକ, ସଦାକତ ଅଲ୍ଲୀ, ବିଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.