ଦୁଇଦିନ ଧରି ଲଗାଣ ବର୍ଷା, ୩୨ ପଞ୍ଚାୟତର ୫୭ଟି ଗ୍ରାମ ପ୍ରଭାବିତ

ବୌଦ୍ଧ : ବୌଦ୍ଧି ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି । କ୍ଷୟକ୍ଷତି ଆକଳନ ବେଳେ ଜିଲାର ୩ଟି ବୌଦ୍ଧ, କାମାଳ ଓ ହରଭଙ୍ଗା ବ୍ଲକର ୩୨ ଗ୍ରାମ ପଂଚାୟତ ମଧ୍ୟରୁ ୫୭ ଟି ଗ୍ରାମର ୧୪୬୫ ଜଣ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବରେ ଜଣାପଡିଛି । ଏହି ଲଗାଣ ବର୍ଷାରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିବା କୁହାଯାଉଥିବା ବେଳେ ସରକାରୀ ଭାବରେ ୧୯୨ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

 

ବର୍ଷା ପାଣି ଯୋଗୁଁ ନାଳ ଗୁଡିକ ପୁରି ଉଠିବା ଯୋଗୁଁ ପାଣି ଯାଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେବା ସହିତ ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଯାଇଛି । ସରକାରି ଭାବରେ ୧୭ଟି ସ୍ଥାନରେ ରାସ୍ତା କଟଅଫ ହୋଇଥିବା ସୂଚନା ପ୍ରଦାନ କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬ ଗୋଟି ସ୍ୱାସ୍ଥ୍ୟ ଟିମ ନିୟୋଜିତ କରାଯାଇଛି । ବର୍ଷାରେ ୨୭୪ଟି ଘର ଆଂଶିକ ଭାବରେ ନଷ୍ଟ ହୋଇଥିବା ଜଣାପଡିଛି।

Comments are closed.