ଲଘୁଚାପ ଜନିତ ବର୍ଷାରେ ମାଣ୍ତିଆଯୋର‐ରେଗଡୋଲ ରାସ୍ତା ବିଚ୍ଛିନ୍ନ

ବୌଦ୍ଧ: କଣ୍ଟାମାଳ : କଣ୍ଟାମାଳ ବ୍ଲକ ୪୧ ନମ୍ବର ରାଜ୍ୟ ରାଜପଥର ଘଣ୍ଟାପଡା ପଞ୍ଚାୟତ ମାଣ୍ତିଆଯୋର ଛକଠାରୁ ଫାସେଡ ନଦୀ ଘାଟକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ରେଗଡୋଲ ଗ୍ରାମ ନିକଟ ସମଲେଶ୍ବରୀ ନାଳରେ ପାଣି ଆସିବାରୁ ରାସ୍ତାଟି ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଉପରେ ପ୍ରାୟ ୩ଫୁଟ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅଞ୍ଚଳରେ ୨ଦିନ ଧରି ଲଗାଣ ଭାବେ ଲଘୁଚାପ ଯୋଗୁଁ ବର୍ଷା ହୋଇଥିବାରୁ ଏପରି ସମସ୍ୟା ଦେଖା ଦେଇଛି।

Comments are closed.