ବୌଦ୍ଧଜିଲ୍ଲା ବିଜେପି ମନମୁଣ୍ଡା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ବୌଦ୍ଧଜିଲ୍ଲା ମୁଣ୍ଡାପଡା ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଯୀଶୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ନିକଟରେ ସ୍ୱର୍ଗାରୋହଣ କରିଥିବା ପୂର୍ବତନ ଜିଲ୍ଲା ସଧାରଣ ସଂପାଦକ କାର୍ତ୍ତିକ ମହାକୁଡ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜ ମୋହନ ବେହେରା, ଦେବେନ୍ଦ୍ର ପ୍ରଧାନ, ଅଷ୍ଟ ଲୁହା ଓ ପଦ୍ମ ସାହୁଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକାରିଣୀ ବୈଠକରେ ଆଠ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା।

ବିଶେଷ କରି ମୁଣ୍ଡାପଡା ମଣ୍ଡଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣରେ ଅନିୟମିତତା, ରାସ୍ତାଘାଟ ମରାମତିରେ ବ୍ୟାପକ ଦୁର୍ନିିତି, ମରୁଡି ଘୋଷଣା ନ କରିବା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବିଦ୍ୟୁତ ଯୋଗାଣରେ ଅବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ପାନୀୟ ଜଳ ଯୋଗାଣ, ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜମିକୁ ପାଣି ଯୋଗାଣ ଆଦି ପ୍ରସ୍ତାବ ଗୃହିତ ହୋଇଥିଲା। ଆଗମୀ ଦିନରେ ଘର ଘର ବୁଲି ସଂଗଠନ କରିବାକୁ ନିଷ୍ପତି ନିଆଯାଇଥିଲା। ବୈଠକରେ ଅତିଥି ଭାବରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ସାଧାରଣ ସଂପାଦକ ସୁଶାନ୍ତ ବାଘ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିନ୍ଦ୍ର ଦେଓ, ଶ୍ୟାମ ସୁନ୍ଦର ପୁରୋହିତ, ବିଶିକେଶନ ପ୍ରଧାନ, ନାରାୟଣ ଦାସ, ସୁନିଲ ନାଗ, ହେମକାନ୍ତ ଦାସ, ବିପିନ ମହାକୁଡ, ସୁନନ୍ଦା ବାଘ, ଉମେଶ ଅମାତ, ଦିନବନ୍ଧୁ ମହାକୁଡ, ଉଦ୍ଧବ ବାରିକ, ପ୍ରଦୀପ ମହାକୁଳ, ଯୋଶବନ୍ତ ଭାଇନା, ଶମ୍ଭୁ ଗାଇଗୌରିଆ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.