ମହାନଦୀରୁ ଚୋରାରେ ବାଲି ଚାଲାଣ କରୁଥିବା ଦୁଇ ଟ୍ରାକ୍ଟର ଜବତ

ବୌଦ୍ଧ : ବୌଦ୍ଧ ତହସିଲ ଅନ୍ତର୍ଗତ ବାଉଁଶୁଣୀ ମହାନଦୀ ବାଲିଘାଟରୁ ଚୋରାରେ ବାଲି ଚାଲାଣ କରୁଥିବାବେଳେ ଦୁଇଟି ଟ୍ରକ୍ଟରକୁ ଜବତ ସହ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି। ବୌଦ୍ଧ ତହସିଲଦାର ସନତ କୁମାର ନାଏକଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ବାଉଁଶୁଣୀ ମହାନଦୀ ଘାଟରୁ ଦୁଇଟି ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ସୂଚନା ପାଇ ଚଢାଉ କରାଯାଇଥିଲା।
ବେଆଇନ ଭାବରେ ବାଲି ଚାଲାଣ କରୁଥିବା ଯୋଗୁଁ ଟ୍ରାକ୍ଟରମାଲିକ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବାକୁ ନିର୍ଦେଶ ଦିଆଯାଇଛି। ତହସିଲାଦର ଶ୍ରୀନାଏକଙ୍କ ଉପସ୍ଥିତିରେ ବାଉଁଶୁଣୀ ରାଜସ୍ୱ ନିରୀକ୍ଷକ ସରୋଜ କୁମାର ସାହୁ ଓ ବିଭାଗୀୟ କର୍ମଚାରୀମାନେ ଚଢାଉ କରି ଟ୍ରାକ୍ଟର ଦୁଇଟିକୁ ଜବତ କରିଥିଲେ।