ଜାନୁଆରୀ ୨କୁ ବୌଦ୍ଧ ଦିନ୍ ଭାବେ ପାଳନ କଲା ବୌଦ୍ଧ ଗର୍ଜନ ସେନା

ବୌଦ୍ଧ: ବୌଦ୍ଧ ଜିଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଜିଲା ପ୍ରତିଷ୍ଠା ଦିବସକୁ ‘ବୌଦ୍ଧ ଦିନ୍’ ଭାବରେ ପାଳନ କରାଯାଇଛି। ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲା ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଲା। ଆଜି ବୌଦ୍ଧ ଜିଲା ୨୭ ବର୍ଷରେ ପଦାର୍ପଣ କଲା। ଏହି ଦିନକୁ ବୌଦ୍ଧ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ଭାବରେ ପାଳନ କରାଯାଇଛି। ବୌଦ୍ଧ ମାଟିର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ଗୌର ମହୋନ ମିଶ୍ର, ସମାଜସେବୀ ଏୈତିହାସିକ ବିଶେଶ୍ବର ପୃଷ୍ଟିଙ୍କୁ ଏବଂ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ସମ୍ମାନ ୨୦୨୧ ସମ୍ମାନରେ ବୌଦ୍ଧ ଜିଲା ବିକାଶ ଗର୍ଜନ ସେନା ସମ୍ମାନିତ କରିଛି। ସେନା ତରଫରୁ ‘ଆମ ବୌଦ୍ଧ ଜିଲା’ ଶିର୍ଷକ କବିତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରତିଯୋଗିତାରେ ୩୫ ଜଣ ପ୍ରତିଯୋଗି ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ବୌଦ୍ଧ ଦିନ ଉପଲକ୍ଷେ ହୋଇଥିବା କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସୁଧିର ଦୀପ, ଦ୍ବିତୀୟ ସ୍ଥାନ ବିଜୟ କୁମାର ପୃଷ୍ଟି ଓ ଛାୟାସ୍ନିଗ୍ଧା ସାହୁ ଏବଂ ତ୍ରୁତୀୟ ସ୍ଥାନରେ ବିମଲ କୁମାର ଏବଂ ରିଙ୍କି ମହାକୁଡ ବିଜୟୀ ହୋଇଛନ୍ତି। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଶିବାନନ୍ଦ ପଣ୍ଡା, ଦ୍ବିତୀୟ ସ୍ଥାନରେ ଦେବାର୍ଚ୍ଚନ ପ୍ରଧାନ ଓ ବିଜୟ କୁମାର ପ୍ରୁଷ୍ଟି ଏବଂ ଶ୍ବେତ କୁମାର ସାହୁ ଓ ଜୟଶ୍ରୀ ମହାକୁଳ ତୃତୀୟ ସ୍ଥାନରେ ଅଧିକାର କରିଛନ୍ତି। ବିଜୟୀ ପ୍ରତିଯୋଗିମାନଙ୍କୁ ଉତ୍ତରୀୟ ଏବଂ ଟ୍ରଫି ଦେଇ ସମ୍ମାନିତ କରାଗଲା। ବୌଦ୍ଧ ସହରରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବୁଦ୍ଧ ଦେବଙ୍କ ନିକଟରେ ପୁଜାର୍ଚନା କରିବା ପରେ ମଶାଲ ବାହାର କରି ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ବୌଦ୍ଧ ଗର୍ଜନ ସେନା ଆଗାମୀ ଦିନର ମା’ ମାଟି ବୌଦ୍ଧର ସର୍ବାଙ୍ଗୀନ ବିକାଶ ପାଇଁ ସେବା, ସଂସ୍କାର ଓ ସଂଘର୍ଷକୁ ମୁଳମନ୍ତ୍ର କରି ଲଢେଇ ଜାରି ରହିବ ବୋଲି ଗର୍ଜନ ସେନା ପ୍ରମୁଖ ବାଲ୍ମିକୀ ମହାକୁଡ ଜଣାଇଛନ୍ତି। କାର୍ୟ୍ୟକ୍ରମରେ ଗର୍ଜନ ସେନାର ବ୍ରଜ ବିହାରି ମହାକୁଡ, ସିପୁନ ପ୍ରଧାନ, ଲକନାଥ ମଲ୍ଲୀକ, ଦେବାଶିଷ ପ୍ରଧାନ, ସୁଶୋଭନ ମଲ୍ଲିକ, ସୁବ୍ରତ ମେଣ୍ଡୁଲି, ମନୋଜ ଭୋକ୍ତା, ସୁବାସ ଦେହୁରୀ, ଶିଲୁ ମହାକୁଡ, ସୁଶାନ୍ତ ମାଝି ଭାଇ ତଥା ଶତାଧିକ ଯୁବକ ଅଂଶ ଗ୍ରହଣ କରିଥିଲେ।

Comments are closed.