ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଏଆଇୱାଇଏଫ ପକ୍ଷରୁ ବିକ୍ଷୋଭ

ବୌଦ୍ଧ: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ଘଟଣା ମା କୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଦେଉଥିବା ବିଜୁ ଜନତାଦଳର ଅସଲ ମୁଖାକୁ ପଦାରେ ପକାଇଦେବା ସହ ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଜଳ ଜଳ ହୋଇ ଦେଖାଯାଉଥିବା ଅଭିଯୋଗ କରିାବ ସହିତ ବୌଦ୍ଧ ଏଆଇୱାଇଏଫ ଶାଖା ପକ୍ଷରୁ ତାଙ୍କୁ ତୁରନ୍ତ ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବାକୁ ଦାବି କରାଯାଇଛି। ନିଜକୁ ସ୍ୱଛ ନିର୍ମଳ କହୁଥିବା ନବୀନ ସରକାରର ହାତ ମଧ୍ୟ ଅତୀତରେ ଅନେକ ମହିଳାଙ୍କ ଅତ୍ୟାଚାର ନିର୍ଯ୍ୟାତନା ର ରକ୍ତରେ ରଙ୍ଗିତ ହୋଇଛି।ତେଣୁ ତୁରନ୍ତ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରି ଅଖିଳ ଭାରତ ଯୁବ ସଂଘ(ଏଆଇୱାଇଏଫ) ପକ୍ଷରୁ ଜିଲା ସଭାପତି ସୁଧାଂଶୁ ପ୍ରଧାନ ଓ ସମ୍ପାଦକ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ବସଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଆଇୱାଇଏଫର ରାଜ୍ୟ ସମ୍ପାଦକ ଅବକାଶ ସାହୁ, ହିରଣ୍ୟ ଦୀପ, ରଞ୍ଜନ ରଣବିଡା, ଦିଲ୍ଲିପ କୁମାର ସାହୁ, ତପନ ବେହେରା, ନିରାକାର ପ୍ରଧାନ, ପ୍ରଦୀପ କୁମାର ସାହୁ ଓ ଗଗନ କୁମାର ରଣା ପ୍ରମୁଖଙ୍କ ସମେତ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ।

Comments are closed.