କରୋନା ନିରୋଧୀ ଔଷଧ ପ୍ରସ୍ତୁତ ଅସମ୍ଭବ: ବୋରିସ ଜନସନ୍‌

ଇଂଲଣ୍ଡ : କୋଭିଡ-୧୯ ରୋଗ ଉପଶମ କରିବା ଭଳି ଔଷଧ ପ୍ରସ୍ତୁତ ଲାଗି ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିପାରେ। ଏପରିକି ଏହି ଔଷଧ ଆଦୌ ପ୍ରସ୍ତୁତ କରିବା ସମ୍ଭବ ହୋଇ ନ ପାରେ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସତର୍କ କରାଇଛନ୍ତି। ଏଥିସହ ନିଜ ନେତୃତ୍ବାଧୀନ ସରକାରଙ୍କ ତରଫରୁ ୫୦ ପୃଷ୍ଠା ସମ୍ବଳିତ ଏକ ମାର୍ଗଦର୍ଶିକାରେ ସେ ଦେଶରେ ପର୍ଯ୍ୟାୟକ୍ରମେ ଲକଡାଉନ କୋହଳ କରିବା ସମ୍ବନ୍ଧରେ କେତେକ କଡା ବିବରଣୀ ଦେଇଛନ୍ତି। ସଂକ୍ରମଣରୁ ସୁରକ୍ଷା ଲାଗି ଲକଡାଉନ ପରେ ଦୋକାନ ବଜାର ଖୋଲିବା ବେଳେ ଯେଭଳି କଡ଼ାକଡ଼ି ଭାବେ ସାମାଜିକ ଦୂରତା ରକ୍ଷା କରିବେ ତାହା ଉପରେ ‌େ‌ସ ଗୁରୁତ୍ବାରୋପ କରିଛନ୍ତି। ଏଥିରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ବୈଜ୍ଞାନିକମାନଙ୍କ ଦ୍ବାରା କରୋନା ଔଷଧ ପ୍ରସ୍ତୁତି ନେଇ ଚାଲିଥିବା ଗବେଷଣା ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯଦିଓ କେବଳ କରୋନା ସଂକ୍ରମଣକୁ ଏହାର ଔଷଧ ଦ୍ବାରା ହିଁ ସମ୍ପୂର୍ଣ୍ଣ ନାଶ କରିହେବ ତଥାପି ଏହି ଔଷଧ କେବେ ତିଆରି କରାଯାଇପାରିବ ସେଥିନେଇ ଅନିଶ୍ଚିତତା ଲାଗି ରହିଥିବାରୁ ସତର୍କତା ଏବଂ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ହିଁ ଅଧିକ ଶ୍ରେୟସ୍କର ହେବ ବୋଲି ସେ ଦର୍ଶାଇଛନ୍ତି।

Comments are closed.