ରାଜ୍ୟପାଳଙ୍କ ଦ୍ୱାରା ‘ସାଉଁଟା ସ୍ମୃତି’ ଲୋକାର୍ପିତ

କଟକ: ରାଜଭବନରେ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲଙ୍କ ଦ୍ୱାରା ଡ. ପ୍ରଭାସ ଆଚାର୍ୟ୍ୟଙ୍କ ଲିଖିତ ‘ସାଉଁଟା ସ୍ମୃତି’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ କହିଲେ, ନିଜ ଅନୁଭୂତି ଉପରେ ପର୍ୟ୍ୟବେସିତ ଅଭିଜ୍ଞତା କାହାଣୀର ରୂପ ନେବା ଏକ ଭିନ୍ନ ସାରସ୍ୱତ ସ୍ୱାଦଭାବେ ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ଦେଇଥିଲେ। ସେ କହିଲେ ଯେ, ଯେଉଁ ଦେଶରେ ଶୈଶବର ସ୍ୱରକୁ ଶୁଣାଯାଇଥାଏ, ସେ ଦେଶ ସେତିକି ସଚେତନ ଓ ସମୃଦ୍ଧ ହୋଇଥାଏ। ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ଅଗଣିତ କିଶୋର ଓ ଯୁବ ସମାଜର ସ୍ୱରକୁ ଶୁଣାଯାଇ ରାଜ୍ୟର ବିକାଶରେ ଲଗାଯାଇପାରିଲେ ଓଡ଼ିଶା ପ୍ରଗତିର ଶିଖରରେ ପହଞ୍ଚିପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସମ୍ମାନିତ ଅତିଥିଭାବେ ରାଜ୍ୟସଭା ସାଂସଦ ସୁବାସ ସିଂହ ଯୋଗଦେଇ କହିଲେ ଡ. ଆଚାର୍ୟ୍ୟ ନିଜ ସାମାଜିକ କାର୍ୟ୍ୟର ଅନୁଭୂତିକୁ ନେଇ ସେ କଲମ ମୁନରେ ଯେଉଁ ସର୍ଜନା କରିଛନ୍ତି, ତାହା ସମାଜକୁ ଏକ ନୂଆ ବାର୍ତ୍ତା ଦେବ ଏବଂ ଉତ୍ତରପିଢିଙ୍କ ପାଇଁ ପଥପ୍ରଦର୍ଶକ ହେବ ବୋଲି ଆଶାପ୍ରକାଶ କରିଥିଲେ। ଏହି ଲୋକାର୍ପଣ ସମାରୋହରେ ଡା. ମାର୍କଣ୍ଡେୟ ଆଚାର୍ୟ୍ୟ, ସମାଜସେବୀ ଶରତ ସାମଲ ଏବଂ କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.