କେଉଟପଡାରେ ବୋମାମାଡ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କେଉଟପଡାରେ ବୋମାମାଡ ହୋଇଛି। ରାତିରେ ଶୋଇଥିବା ବେଳେ ଅଶ୍ୱିନୀ ପଣ୍ଡା ଘରକୁ ବୋମାମାଡ ହୋଇଛି। ଘରର କାନ୍ଥ ଫାଟିଯାଇଛି। ଫଳରେ ଘରଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘଟଣା ସଂପର୍କରେ ଖୁଣ୍ଟୁଣୀ ପୋଲିସ ଖବର ପାଇ ତଦନ୍ତ ଚଳାଇଛି। ଏହି ଘଟଣାଟି କାଲି ବିଳମ୍ବିତ ରାତିରେ ଘଟିଥିଲା। ଆଜି ଏ ନେଇ ଅଶ୍ୱିନୀ ପଣ୍ଡା ଖୁଣ୍ଟୁଣୀ ଥାନାରେ ଏକ ଲିଖିତ ଅଭିଯୋଗ ଦେବା ସହିତ ତାଙ୍କର କାହା ସହିତ କୌଣସି ଶତୃତା ନାହିଁ ବୋଲି ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ପ୍ରକାଶ କରିଛନ୍ତି। ହେଲେ କେଉଁ କାରଣ ପାଇଁ ଏହି ବୋମାମାଡ ଘଟିଛି ତାହାର ଅନୁସନ୍ଧାନ ପୋଲିସ ଜାରିରଖିଥିବା ବେଳେ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି କେତେକ ଦୁର୍ବୃତ ଏଥିରେ ସମ୍ପୃକ୍ତ ଅଛନ୍ତି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା କରି ସେମାନଙ୍କ ନାମ ପ୍ରକାଶ କରିନଥିଲେ। ଏହି ବୋମାମାଡର ସତ୍ୟତା ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ପୁଲିସ ଆଶାବ୍ୟକ୍ତ କରିଛି।

Comments are closed.