ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଆଶ୍ବସ୍ତି; ୪୦୩ ଦିନ ପରେ ମିଳିଲା ଜାମିନ୍‌

ମୁମ୍ବଇ: ବଲିଉଡ଼ର ଚର୍ଚ୍ଚିତ ଡ୍ରଗ୍ସ ମାମଲା ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସିଦ୍ଧାର୍ଥ ପିଠାନୀଙ୍କୁ ଆଶ୍ବସ୍ତି ମିଳିଛି। ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ଡ୍ରଗ୍ସ ମାମଲାରେ ଗତ ବର୍ଷ ଗିରଫ ହୋଇଥିବା ଅଭିନେତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ବମ୍ବେ ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଜଷ୍ଟିସ୍ ଭାରତୀ ଡାଙ୍ଗରେ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଗତ ବର୍ଷ ମେ’ ୨୮ ତାରିଖରେ ସିଦ୍ଧାର୍ଥଙ୍କୁ ଗିରଫ କରିଥିଲା।

Comments are closed.