ଦବଙ୍ଗ ଖାନ୍‌ଙ୍କ ‘ୱାର୍କ ଫ୍ରମ୍ ହୋମ୍’

ମୁମ୍ବଇ : ବଲିଉଡର ସୁଲତାନ୍ ଭାବେ ଜଣାଯାଉଥିବା ସଲମାନ୍ ଖାନ୍ ଏବେ ପାନଭେଲ୍‌୍ସ୍ଥିତ ଫାର୍ମହାଉସ୍‌‌ରେ ଅଛନ୍ତି। ତାଙ୍କ ସହ ପରିବାରଲୋକ ମଧ୍ୟ ସେଠାରେ ଥିବାର ପ୍ରକାଶ। ଭଣଜା ଆହିଲ୍ ସହ ସଲମାନ୍ ଏଇ କ୍ବାରେଣ୍ଟାଇନ୍ ସମୟ ଅତିବାହିତ କରୁଥିବାର ଫଟୋ ସୋସିଆଲ୍ ସାଇଟ୍‌ରେ ଅପଲୋଡ କରିଥିଲେ। ଏବେ ସେଇଠାରେ ରହି ସେ ନିଜ ଆଗାମୀ ଚଳଚ୍ଚିତ୍ର ‘ରାଧେ’ର ପୋଷ୍ଟ ପ୍ରଡକ୍ସନ୍ କାମ ଚଳାଉଛନ୍ତି। ରାଧେର ଏକ ଗୀତର ସୁଟିଂ ଆଜରବଇଜାନ୍‌‌ରେ ହେବାର ଥିଲା। କରୋନା କାରଣରୁ ସେଇ ସୁଟିଂକୁ ବାତିଲ କରାଯାଇଛି। ଅନ୍ୟପାଖେ ସଲମାନ୍ ନିର୍ଦେଶକ ପ୍ରଭୁ ଦେବାଙ୍କ ସହ ଆଲୋଚନା କରି ଫାର୍ମ ହାଉସ୍‌ରେ ଏଇ ଚଳଚ୍ଚିତ୍ରର ପୋଷ୍ଟ ପ୍ରଡକ୍ସନ୍ କାମ ଆରମ୍ଭ କରିଛନ୍ତି। ପ୍ରଭୁ ଦେବା ଚେନ୍ନଇରେ ଥିବାବେଳେ ଫୋନ୍‌‌ରେ ତାଙ୍କ ସହ ଯୋଗାଯୋଗ ଚାଲିଛି। ୬ଜଣିଆ ଟିମ୍‌‌କୁ ନେଇ କାମ ଚାଲିଥିବାବେଳେ ସଲମାନ୍‌ଙ୍କ ମତରେ ଏହା ହେଉଛି ତାଙ୍କର ‘ୱାର୍କ ଫ୍ରମ୍ ହୋମ୍’। ପରିବାର ସହ ଏତେ ଦିନ ପରେ ସମୟ ଅତିବାହିତ କରିବାକୁ ସୁଯୋଗ ମିଳିଥିବାରୁ ସେ ଖୁବ୍ ଖୁସି ବୋଲି ମତ ବ୍ୟକ୍ତ କରିଛନ୍ତି।

Comments are closed.