ମାହେଶ୍ୱରୀ ସେନା ପକ୍ଷରୁ ପ୍ରତିଭାବାନ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର: ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶାନ୍ତିପଡା ଠାରେ ଡୁମାଳ ଜାତିର ଯୁବକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେବା, ସହଯୋଗ ଓ ସମର୍ପଣ ଲକ୍ଷ୍ୟ ନେଇ ଡୁମାଳ ଜାତିର ଯୁବକମାନଙ୍କୁ ନେଇ ଏହି ଜାତିର ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କ ନାମରେ ମା’ମାହେଶ୍ୱରୀ ସେନା ଗଠନ କରାଯାଇଥିଲା। ବିଭିନ୍ନ ସମୟରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ସାମାଜିକ ସେବା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ଅବସରରେ ପ୍ରତିଭାବନ ଛାତ୍ର ତଥା ରାଜେନ୍ଦ୍ର କଲେଜର ଚଳିତ ବର୍ଷ ସ୍ନାତକ କଳା ଇତିହାସ ବିଭାଗରେ ଟପ୍ପର ହିଇ ସମ୍ବିତ ମେଶ୍ୱାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଭାବେ ଥବିର କର୍ମୀ, ଉପ ସଭାପତି ସୁରେଶ କମ୍ପ, ସମ୍ପାଦକ ଭାବେ ପାର୍ଥ କୁମାର କର୍ଣ୍ଣ, ସହ ସମ୍ପାଦକ ସନ୍ତୋଷ କର୍ମୀ ଦାୟିତ୍ୱ ତୁଲାଇବେ। ସେହିପରି କୋଷାଧକ୍ଷ ଭାବେ ସର୍ବ ସମ୍ମତିକ୍ରମେ ନାରାୟଣ ମହାକୁଡ, ସହ କୋଷାଧ୍ୟକ୍ଷ ଭାବେ ସୁରେଶ ଡାଙ୍ଗ ଓ ମିଡିଆ ପ୍ରାଭାରୀ ଭାବେ ରିଙ୍କୁ ଗାଏଗରିଆଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଡୁମାର ସମାଜର ଯୁବକ ଯୁବତୀମାନଙ୍କୁ ଏକଜୁଟ କରାଯାଇ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ କର୍ମୀ ସୂଚନା ଦେଇଛନ୍ତି।

Comments are closed.