ବଲାଙ୍ଗିରରେ କିଶାନ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲା କିଶାନ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲା କିିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ଜିଲା ସଭାପତି ଦିଲୀପ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରିଥିଲେ। ଇଂ.ରମେଶ ପୁରୋହିତ, ସୁଧା ଦାଶ, ଅନିଲ ମେହେର, ଅଜୟ ବାଲି, ମନମୋହନ ପଟେଲ, ବିକାଶ ପାଣିଗ୍ରାହୀ, ଗିରିଧାରୀ ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ଭର୍ସନା କରିଥିଲେ। ଯଦି ଏଭଳି ଘଟେ ଆଗାମୀ ଦିନରେ କୃଷକମାନେ ହିଁ ଏ ସରକାର ମୂଳତ୍ପାଟନ କରିବେ ବୋଲି ସଭାରେ ଚେତାବନୀ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଅମଳର ଦେଢ ଗୁଣ ଦେବା ପରିବର୍ତ୍ତେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ମିଶି ଧାନ କ୍ୱିଣ୍ଟାଲ ପିଛା ୫ ରୁ ୧୦ କେଜି କଟନି ଛଟନି କରୁଛନ୍ତି। ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶରେ ପଡି ରହିଛି। ଜମି ଓ ଚାଷୀଙ୍କ ସଂଖ୍ୟା ଦେଖିଲେ ଅମଳ ହେଉଥିବା ଧାନ ବିକ୍ରି ହେବା ପାଇଁ ଟାର୍ଗେଟ ଆସୁ ନାହିଁ। ରାଜ୍ୟ ସରକାର ଧାନର ସର୍ବନିମ୍ନ ମୂଲ୍ୟ ବାହାରେ ଅତିରିକ୍ତ ୫ ଶହ ଟଙ୍କାର ବୋନସ, ଫସଲବୀମା କରିଥିବା ସତ୍ତେ୍ୱ ବୀମା ଟଙ୍କାରୁ ବଞ୍ଚିତ ଥିବା ତୁରନ୍ତ ବୀମା ରାଶି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସେବାଦଳ ମୁଖ୍ୟ ଅସିତ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଉପସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସଂଜୟ ମିଶ୍ର, ଉମାକାନ୍ତ ସାହୁ, ସନ୍ତକ ବହିଦାର, ଗୁଣ ସାଗର ମାଝୀ, ରାଜକିଶୋର ବାବୁ, ସୁଶାନ୍ତ ଷଡଙ୍ଗୀ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଯଶୋବନ୍ତୀ ବଘାର, ଘାସିରାମ ବେହେରା, ରାମଜୀ ଚୌଧୁରୀ, କାନ୍ତେ ପଧାନ, ଓମ୍‍ ପ୍ରକାଶ କୁମ୍ଭାର, ତାରକାନ୍ତ ବାଗ, ସରୋଜ ବାଗ, ଯୋଗେଶ୍ୱର ସାହୁ, ଖଗେଶ୍ୱର ନାଗ, ଅଶୋକ ପଟେଲ, ବିଶ୍ୱଜିତ ସିଂହଦେଓ, ଗଗନ ରଥ, ଜୟନାରାୟଣ ବହିଦାର, ଜ୍ୟୋତିଷ ମୁଗ୍ରୀ, ଅଭିନାଶ ସାଏ, ନାସିର ଖା, ଲୋପନ ମିଶ୍ର, ହେମନ୍ତ ସାହୁ, ପ୍ରଦ୍ୟୁମ୍ନ ସାହୁ, ପ୍ରଦୀପ ମିଶ୍ର, ଆଦିକନ୍ଦ ପୋଡ, ଘନଶ୍ୟାମ ପ୍ରଧାନୀ, ହେମନ୍ତ ସେଠ, ଋଷି ନାଗ, ସରୋଜ ପଧାନ, ଅଶୋକ ପଟେଲ, ସାନ୍ତନୁ ସିଂହ, ଘନଶ୍ୟାମ ଦାଶ ପ୍ରମୁଖ ସାମିଲ ଥିଲେ।

Comments are closed.