ଜୀବନ ବଞ୍ଚିଲେ ତ ନିର୍ବାଚନ ଓ ରାଜନୀତି – ନରସିଂହ ମିଶ୍ର

ବଲାଙ୍ଗିର: ଯେଭଳି ଭାବେ କରୋନାର ତୃତୀୟ ଲହର ବଢି ଚାଲିଛି। ଓଡ଼ିଶା, ଦେଶ ତଥା ବିଶ୍ୱରେ ତାହା ଭୟଙ୍କର ରୂପ ନେବାକୁ ଯାଉଛି। ବିଭିନ୍ନ ବୈଜ୍ଞାନିକଙ୍କ ଭିନ୍ନ ଭିନ୍ନ ମତ ରହୁଛି। କିଏ ପାସ୍‍, ଫେଲ୍‍ ସେ ବର୍ତ୍ତମାନ ଚିନ୍ତା କରିବା କଥା ନୁହେଁ। ବୈଜ୍ଞାନିକ ଓ ଡାକ୍ତରମାନେ ନିର୍ବାଚନ ବନ୍ଦ କରିବା ପାଇଁ ମତ ଦେଉଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ସ୍ଥଗିତ ରଖାଯାଉ କହିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ସେହିପରି ଆଉ ଏକ ରୋଗ ଦେଖା ଦେଇଛି। ଆଦିବାସୀମାନେ ନିଆଁ ଜଳାଇବା ଉପରେ। ପଛୁଆ ବର୍ଗ ଆନ୍ଦୋଳନ କରୁଛନ୍ତି। ଉଭୟ ବର୍ଗଙ୍କ ସଂଖ୍ୟା ରାଜ୍ୟରେ ୭୬ ପ୍ରତିଶତ। ଲୋକଙ୍କ ମୁହଁ ବନ୍ଦ କରି, ଏମାନଙ୍କ କଥା ନବିଚାର କରି ନିର୍ବାଚନରେ ପହଞ୍ଚିବା ଆଦୌ ଉଚିତ ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଛନ୍ତି ଜୀବନ ରକ୍ଷାକୁ ପ୍ରାଥମିକତା ଦେବୁ। ଆମେ ଜୀବନ ବଞ୍ଚାଇଲେ ତ ପୁଣି ନିର୍ବାଚନ, ତାପରେ ପୁଣି ରାଜନୀତି। ମୁଖ୍ୟମନ୍ତ୍ରୀ ନିଜସ୍ୱ ବକ୍ତବ୍ୟ ରକ୍ଷା କରିବେ। ଉଚିତ ପଦକ୍ଷେପ ନେବେ। ନିର୍ବାଚନ କମିଶନ ମଧ୍ୟ ଧ୍ୟାନ ଦେବେ ବୋଲି ମତ ଦେଇଛନ୍ତି ବିଧାୟକ ଶ୍ରୀ ମିଶ୍ର।

Comments are closed.