ହିନ୍ଦୁ ବାହିନୀ ଦ୍ୱାରା ହନୁମାନ ଚାଳିଶା ଉନ୍ମୋଚିତ

ବଲାଙ୍ଗିର: ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲା ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ଜିଲା କାର୍ଯ୍ୟାଳୟ ଠାରେ ସମ୍ବିତ କୁମାର ମ୍ୟୁଜିକାଲ ଦ୍ୱାରା ପ୍ରସ୍ତୁତ ହନୁମାନ ଚାଳିଶା ଭିଡିଓ ଉନ୍ମୋଚନ କରାଯାଇଥିଲା। ପରେ କୋଶଳ କଳାମଣ୍ଡଳ ରୋଡ ସ୍ଥିତ ହନୁମାନ ମନ୍ଦିରରେ ଧ୍ୱଜା ପୂଜନ କରାଯାଇ ଏକ ବାଇକ ର‍୍ୟାଲି କରି ନଗର ପରିକ୍ରମା କରାଯାଇଥିଲା। ଶାନ୍ତିପଡା ଠାରୁ ପ୍ରତ୍ୟେକ ହିନ୍ଦୁ ପରିବାରରେ କେଶରୀୟା ପତାକା ଲଗାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଜିଲା ସଭାପତି ସନ୍ତୋଷ ଭୋଲଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Comments are closed.