ଅଙ୍ଗଶ୍ରୀରୁ ଅଳଙ୍କାର ଚୋରି ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ସହରର ଦୈନିକ ବଜାର ରାସ୍ତାରେ ଥିବା ଅଙ୍ଗଶ୍ରୀ ଅଳଙ୍କାର ଦୋକାନରୁ ଚୋରି ହୋଇଛି । ଦୋକାନ ମାଲିକ ବିଚିତ୍ରା ନନ୍ଦ ସାହୁ ସହରାଞ୍ଚଳ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗୁରୁବାର ରାତିରେ ଦୋକାନ ଉପରେ ଲାଗିଥିବା ଆଜ୍‌ବେଷ୍ଟସ୍‌କୁ କାଟି ଚୋରମାନେ ଦୋକାନରୁ ସୁନା ଅଳଙ୍କାର ଚୋରି କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ । ସହରାଞ୍ଚଳ ପୁଲିସ, ଫରେନସିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Comments are closed.